ପରାଚୀ ଗଗନେ ଅଳସ ସୂରୁଜ
ନାଲି ମୁରୁଜ କୁ ବୁଣିନି
ତହିଁର ପୂର୍ବରୁ ମାେ ଗାଆଁ ମନ୍ଦିରେ
ଶୁଭେ ଶଙ୍ଖ ଘଣ୍ଟାର ଧ୍ଵନି।।
ସାଧୁସନ୍ଥଙ୍କର ଓଁ କାର ଶବଦେ
ପରିବେଶ ହୁଏ ମୁଖର
ପ୍ରାତଃ ଆଳତି ର ଧୂପ ଦୀପ ଗନ୍ଧ
ପୁଷ୍ପ ସଜ୍ଜା କେଡ଼େ ସୁନ୍ଦର।।
ମାେ ଗାଆଁ ରମଣୀ ପ୍ରାତଃ ସ୍ନାନ ସାରି
ମନ୍ଦିର ରାସ୍ତା ରେ ଫେରନ୍ତି
ମନ୍ଦିର କୁ ଯାଇ ପରିବାର ସୁଖ
ମନାସି ଓଳିଗି କରନ୍ତି।।
ଗାଆଁ ଶେଷ ମୁଣ୍ଡେ ମନ୍ଦିର ଆମର
କେତେ ଦେବାଦେବୀ ପୂଜିତ
ଘଣ୍ଟ ଘୋଡ଼ାଇ ସେ ରଖନ୍ତି ଗାଆଁ କୁ
ଆସୁ ଯେତେ ଦୁଃଖ ବିପଦ।।
ମନ୍ଦିର ର ନେତ ଉଡ଼ି ଫରଫର
ସତ୍ୟ ଶାନ୍ତି ଦୟା ବିତରେ
ମାେ ଗାଆଁ ମନ୍ଦିର ଶୋଭାର ବର୍ଣ୍ଣନା
କରି ହେବ ନାହିଁ ଭାଷାରେ।।
ସନ୍ଧ୍ୟାରାଣୀ ହୋତା
ଡାବୁଗାଁ, ନବରଙ୍ଗପୁର


0 Comments